Report Card Odisha

| Daily Odia News

ପ୍ରେମିକା ଙ୍କୁ ଗୁଳି କରି ନିଜକୁ ଗୁଳି କରିଦେଲେ ଯୁବକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜିମ୍‌ରେ ପ୍ରେମରେ ପଡ଼ିଗଲେ ଜଣେ ୨୩ ବର୍ଷୀୟ ଯୁବକ ସହ ଜଣେ ମହିଳା। ମହିଳାଙ୍କର ହସଖୁସିର ସଂସାର ଥିବା ବେଳେ ୩ ଛୁଆଙ୍କର ସେ ମା’ ଥିଲେ। ତେଣୁ ଅଧିକ ପ୍ରେମ ରହିନଥିଲା | ଏଥିରେ ରାଗି ହିତାହିତ ଜ୍ଞାନ ହରାଇ ବସିଥିବା ପ୍ରେମିଜଣକ ଘଟାଇଲେ ବୀଭତ୍ସ କାଣ୍ଡ। ପ୍ରେମରେ ପାଗଳ ହୋଇଥିଲେ ତା ମୁଣ୍ଡକୁ ଗୁଳି କରିବା ସହ ନିଜକୁ ବି ଗୁଳି କରି ଦେଇଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ପୋଲିସ ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଜଣେ ପ୍ରପଟି ଡିଲର। ଘରେ ତାଙ୍କର ୩ ଛୁଆ । ମହିଳାଜଣକ ନିୟମିତ ଜିମ୍‌ ଯାଉଥିବା ବେଳେ ସେଠାରେ ତାଙ୍କର ଉକ୍ତ ଯୁବକଙ୍କ ସହ ଦେଖା ହୋଇଥିଲା। ସମୟ ଗଡ଼ିବା ସହ ଉଭୟଙ୍କ ପ୍ରେମ ବି ବଢ଼ିବାକୁ ଲାଗିଲା। ଉଭୟ ପରସ୍ପରର ପ୍ରେମରେ କିଛି ଦିନ ମସଗୁଲ ହୋଇଥିଲେ ବି ମହିଳାଜଣକ ନିଜ ପରିବାରକୁ ଛାଡ଼ିବାକୁ ରାଜି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ଗତକାଲି ଚାଲି ଚାଲି ମହିଳାଙ୍କ ଘରକୁ ଯାଇଥିଲେ। ଏହାପରେ ଅଚାନକ ସେ ପକେଟ୍‌ରୁ ଏକ ବନ୍ଧୁକ ବାହାର କରି ମହିଳାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଦେଖି ଯୁବକଙ୍କୁ ଚିହ୍ନଟ କରିଥିଲା। ଏହାପରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚିବା ବେଳକୁ ଚଟାଣରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲା। ଯୁବକଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ହାତରେ ବନ୍ଧୁକ ଥିଲା। ତେଣୁ ଯୁବକଜଣକ ନିଜେ ହିଁ ନିଜକୁ ଗୁଳି କରି ଜୀବନ ହାରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

 

Breaking News