Report Card Odisha

| Daily Odia News

କର୍ମଚଞ୍ଚଳ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ କରିପାରନ୍ତି। ସୁଖୀ ରହିବେ।
ବୃଷ: ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ବ ଉପଲବ୍ଧ ହେବ। ବିରହର ବେଦନାଗ୍ନିରେ ଦଗ୍ଧ ହୋଇଥିବା ଚନ୍ଦନଶୀତଳ ପ୍ରେମ ପ୍ରାଣସ୍ପର୍ଶୀ ହେବ।
ମିଥୁନ: ଭ୍ରାତୃପ୍ରେମରେ ନିଜକୁ ହଜାଇ ଦେଇପାରନ୍ତି। ସରକାରୀ ଲାଭଜନକ ପଦରେ ଥାଇ ମଧ୍ୟ ସେବା ଭାବ ପ୍ରଶଂସନୀୟ ହେବ। ନିଜ ଭିତରେ ଥିବା ତେଜୀୟାନ୍‌ ସୂର୍ଯ୍ୟକୁ ଉଦୟକରି ଶତ୍ରୁ ଉପରେ ବିଜୟ ହାସଲ କରିବେ।
କର୍କଟ: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନ-ଜନ-ଗୋପ ଲକ୍ଷ୍ମୀରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଅଚିନ୍ତ୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ସିଂହ: ଉଦାର ଚରିତ ସମ୍ପନ୍ନ ହେବେ। ଈଶ୍ବର ବିଶ୍ବାସୀ ଓ ଧର୍ମାନ୍ଧ ହେବେ। ସେବା ଓ ପରୋକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।
କନ୍ୟା: ଆତ୍ମବିଶ୍ବାସୀ ହେବେ। ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଜନସାଧାରଣଙ୍କ ଉପରେ ଆପଣଙ୍କ ପ୍ରଭାବ ଅମୃତମୟ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ସୁଖୀ ହେବେ।
ତୁଳା: ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ମନୋଭାବ ଯୋଗଁୁ ଲୋକପ୍ରିୟ ହେବେ। ଲାଭଖୋର ମନୋବୃତ୍ତି ପରିତ୍ୟାଗ କରି ସତ୍‌ ଧନର ଅଧିକାରୀ ହୋଇପାରନ୍ତି।
ବିଛା: ଉଚ୍ଚାରଣ ଓ ଆଚରଣରେ ସନ୍ତୁଷ୍ଟ ହୋଇ ଆଗନ୍ତୁକ କଲ୍ୟାଣଦାୟକ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ସହାୟତା ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: କର୍ମଚଞ୍ଚଳ ରହିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କର୍ମଚଞ୍ଚଳ ରହିବେ।
ମକର: ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ପରୋକାରରେ ବ୍ରତୀ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଦିନଟି ଶିବମୟ ହେବ।
କୁମ୍ଭ: ଉତ୍କର୍ଷର ଆଧାର ପ୍ରବଳ ଇଚ୍ଛା ଶକ୍ତି ଓ ନିର୍ଭୟରେ ଦେଶ କାଳ ପାତ୍ରକୁ ଚାହିଁ ମତବ୍ୟକ୍ତ କରିପାରନ୍ତି। ଦାନକୁ ମୂଳମନ୍ତ୍ର କରି ସେବା ଧର୍ମରେ ନିୟୋଜିତ ହେବେ। ଏକାଧାରରେ ସର୍ବଦର୍ଶୀ ଓ ସର୍ବଜ୍ଞ ହେବେ।
ମୀନ: ଶାରୀରିକ ଆକର୍ଷଣରୁ ଆସକ୍ତି ରୂପକ ବାସନାରେ ନିବଦ୍ଧ ହୋଇପାରନ୍ତି। ଗୁଣବାନ୍‌ ହିସାବରେ ସ୍ବତଃ ସଫଳ ହେବେ; ମାତ୍ର ବାକ୍‌ ସଂଯମତା ନିହାତି ଆବଶ୍ୟକ। ପତ୍ନୀଙ୍କ ମନସ୍କାମନା ପୂରଣ କରିବେ।

Breaking News