ରିପୋର୍ଟ କାର୍ଡ / ବରଗଡ଼
ପାଇକମାଳ ବ୍ଲକ୍ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାଇକମାଳ ବିଏଲ୍ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମିସନ ଶକ୍ତି ଭବନରେ ଗତ ୨୧ରେ ଏସ୍ଏଚ୍ଜି ସଦସ୍ୟାଙ୍କୁ ପାଇକମାଳ ବିଏଲ୍ସି ରୋହିଣୀ ତାଲିମ ଦେଉଥିଲେ। ଏତିକି ବେଳେ ବିଡିଓ, ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଓ ବିଧାୟିକାଙ୍କ ପିଏସ୍ଓ ଦୁଇଥର ତାଙ୍କୁ ଫୋନ୍ କରିଥିଲେ। ବିଧାୟିକା ଡାକୁଛନ୍ତି ବୋଲି ଏମାନେ ତାଙ୍କୁ କହିଥିଲେ। ତେବେ ବିଏଲ୍ସି ଶିବିର ଛାଡ଼ି ଯାଇ ହେବନାହିଁ ବୋଲି ସେ କହିଥିଲେ। କିଛି ସମୟ ପରେ ବିଧାୟିକାଙ୍କ ପିଏସ୍ଓ ତାଲିମ କେନ୍ଦ୍ରକୁ ଆସି ରୋହିଣୀଙ୍କୁ ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଧାୟିକାଙ୍କ ସହ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତଥିଲେ। ତାଙ୍କ ଆସିବାରେ ବିଳମ୍ବ ଏବଂ ଶିବିର ଚାଲୁଥିବାରୁ ସେ ଆସିବାକୁ ଅରାଜି ହେବା ଘଟଣାକୁ ନେଇ ତାଙ୍କୁ ମାରପିଟ୍ ଓ ଗାଳିଗୁଲଜ କରାଯାଇଥିବା ରୋହିଣୀ ଏତଲାରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..