Report Card Odisha

| Daily Odia News

ବାବା ଙ୍କ ଜୀବନ ନେଲେ ବାବା…..

ରିପୋର୍ଟ କାର୍ଡ / ପୁରୀ

ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ।ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ଅନ୍ୟ ଜଣେ ବାବା ନେଇଥିବା ଜଣାପଡିଛି | ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୋଲିସ ଅଟକ ରଖିଛି। ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ପାହାର ପକାଇଥିଲେ। ଅର୍ଜୁନ ବାବା ଜୋରରେ ଚିତ୍କାର କରିଥିଲେ। ହେଲେ ଆଶ୍ରମରେ କୀର୍ତ୍ତନ ଚାଲିଥିବାରୁ ଅର୍ଜୁନ ବାବାଙ୍କ ଚିତ୍କାର କାହାକୁ କିଛି ଶୁଭିନଥିଲା। ପରେ ଅର୍ଜୁନଙ୍କୁ ବିଷ୍ଣୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ।

Breaking News