ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହରମ୍ ଶୋଭାଯାତ୍ରା ସମୟରେ ବିଜୁଳି ଆଘାତ ଯୋଗୁଁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଝାଡ଼ଖଣ୍ଡର ବୋକାରୋ ମହରମ୍ ଶୋଭାଯାତ୍ରା ସମୟରେ | ନିଆଯାଉଥିବା ‘ତାଜିଆ’ଟି ଉପରେ ଟଣାଯାଇଥିବା ୧୧,୦୦୦ ‘ହାଇଭୋଲ୍ଟେଜ୍’ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟି ଉପରୋକ୍ତ ଅଘଟଣ ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଅଘଟଣ ପରେ ପରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ବୋକାରୋ ଥର୍ମାଲ୍ ‘ଡିଭିସି’ ହସ୍ପିଟାଲ୍କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ୧୩ଜଣ ଆହତଙ୍କ ମଧ୍ୟରୁ ୯ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ଥିବା କଥା ଡାକ୍ତରଖାନାସୂତ୍ରରୁ ଜଣାପଡିଛି | ସରକାରୀ କର୍ତ୍ତୃପକ୍ଷମାନେ ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ କରିଛନ୍ତି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..