Report Card Odisha

| Daily Odia News

ସେନା ହେଲିକପ୍ଟର୍‌ ଦୁର୍ଘଟଣା, ୪ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମିଳିତ ସମରାଭ୍ୟାସ ବେଳେ ଅଷ୍ଟ୍ରେଲିଆ ସେନାର ଗୋଟାଏ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇ କୁଇନ୍‌ସ୍‌ଲାଣ୍ଡ୍‌ ଅନ୍ତର୍ଗତ ହାମିଲ୍‌ଟନ୍‌ ଦ୍ବୀପ ଅଞ୍ଚଳର ସମୁଦ୍ର ଜଳରାଶିରେ ପଡ଼ିଯିବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘ଏମ୍‌ଆର୍‌ଏଚ୍‌୯୦’ ହେଲିକପ୍ଟର୍‌ରେ ୪ଜଣ ବ୍ୟକ୍ତି ଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲିସ୍‌ କରିଛନ୍ତି। ବିମାନରେ ଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଏ ବିଷୟରେ ସୂଚନା ଦେବା ସହିତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଚାଲିଛି। ଏହି ହେଲିକପ୍ଟର୍‌ଟି ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟାନ୍ୟ ମିତ୍ର ରାଷ୍ଟ୍ରମାନଙ୍କର ସାମରିକ ତାଲିମ ଅଭିଯାନ ‘ଏକ୍ସର୍‌ସାଇଜ୍‌ ଟାଲିସ୍‌ମାନ୍ ସାବର୍‌’ରେ ଅଂଶ ଗ୍ରହଣ କରିଥିଲା। ଅଷ୍ଟ୍ରେଲିଆ ପ୍ରତିରକ୍ଷା ବଳର ମୁଖ୍ୟ ଆନ୍‌ଗସ୍‌ କ୍ୟାମ୍ପ୍‌ବେ‌ଲ୍‌ ଏହି ଦୁର୍ଘଟଣାକୁ ଗୋଟାଏ ଭୟାବହ ମୁହୂର୍ତ୍ତ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏବେ ନିଖୋଜ ୪ ବ୍ୟକ୍ତିଙ୍କୁ ଖୋଜି ପାଇବା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସହାୟତା କରିବା ଆମର ପ୍ରଧାନ କର୍ତ୍ତବ୍ୟ। ପ୍ରାପ୍ତ ରିପୋର୍ଟ ଅନୁସାରେ, ଉଦ୍ଧାର କାର୍ଯ୍ୟରେ ଆମେରିକା ସେନା ମଧ୍ୟ ସହାୟତା କରୁଛି।

Breaking News