Report Card Odisha

| Daily Odia News

ବଢ଼ିଲା ଚାଉଳ ଦର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ଚାଉଳ ମୂଲ୍ୟ ବୃଦ୍ଧି ହୋଇଛି | ସାଧାରଣ କିସମ ଚାଉଳ ଦର ମଧ୍ୟ କିଲୋଗ୍ରାମ ପିଛା ୧୦ରୁ ୧୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସାଧାରଣ କିସମ ଚାଉଳ ମୂଲ୍ୟ ପୂର୍ବରୁ କ୍ବିଣ୍ଟାଲ୍‌ ପିଛା ୨୫୦୦ ଟଙ୍କା ଥିଲା। ଏବେ ଏହା ୩୫୦୦ ଟଙ୍କାରେ ପହଞ୍ଚିଛି। ବ୍ରହ୍ମପୁର ହୋଲସେଲ୍ ବଜାରରେ ଏଚ୍‌ଏମ୍‌ଟି ଚାଉଳ ଦର ୧୩୪୦ ଟଙ୍କା ରହିଛି। ଏହି ଚାଉଳ ଦର ପୂର୍ବରୁ ୧୧୦୦ରୁ ୧୨ଶହ ଟଙ୍କା ରହିଥିଲା। କଟକ ସମେତ ସାରା ରାଜ୍ୟରେ ଚାଉଳ ଦର ହଠାତ୍ ବୃଦ୍ଧି ଖାଉଟିଙ୍କୁ ବାଧୁଛି | କେନ୍ଦ୍ର ସରକାର ଲାଗୁ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦରବୃଦ୍ଧିର ଏକ କାରଣ ବୋଲି ବ୍ରହ୍ମପୁରର ବ୍ୟବସାୟୀ କହିଛନ୍ତି। ଚାଉଳର ଏଭଳି ଚଢ଼ା ଦର ଆଗାମୀ ଦିନରେ ବଳବତ୍ତର ରହିବ ବୋଲି ଅନୁମାନ କରାଯାଉଛି।

Breaking News