Report Card Odisha

| Daily Odia News

ଛାତ ଭୁଶୁଡି, ୪ ଶିଶୁଙ୍କ ସମେତ ୫ ମୃତ…..

ରିପୋର୍ଟ କାର୍ଡ / ରାୟଗଡ଼ା

ନିର୍ମାଣାଧୀନ କଲଭର୍ଟ ଛାତ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ।  କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ଛାତ ପଡ଼ିଥିଲା । ଏହାପରେ ଲଗାଣ ବର୍ଷା ଆରମ୍ଭ ହେବାରୁ କଲଭର୍ଟ କାମ ଅଟକି ରହିଥିଲା। ଆଜି କିଛି ଲୋକ ଓ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ ବ୍ରିଜଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଅଘଟଣ ଯୋଗୁ କିଛି ଆହତ ହୋଇଥିବା ବେଳେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମିଳି ପାରିନି।

Breaking News