Report Card Odisha

| Daily Odia News

୧ ରୁ ଯୁକ୍ତ୨ ପାଠପଢ଼ା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଗଷ୍ଟ ୧ ରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପିଲାଙ୍କ ପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌ ଆୟାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରବେଶ ଉତ୍ସବରେ ପିଲାଙ୍କ ପାଇଁ କେଉଁସବୁ କାର୍ଯ୍ୟକ୍ରମର ଆୟୋଜନ କରାଯିବ ସେନେଇ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ନୂଆ କରି ଶିକ୍ଷାନୁଷ୍ଠାନକୁ ଆସିଥିବା ପିଲାଙ୍କୁ ସ୍ବାଗତ କରିବା ପାଇଁ ସୁସଜ୍ଜିତ ହଲ୍‌ରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆବଶ୍ୟକ ସ୍ଥଳେ ବିଭାଗ ଅନୁସାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପିଲାଙ୍କୁ ଶିକ୍ଷାନୁଷ୍ଠାନର ଇତିହାସ, କାର୍ଯ୍ୟକଳାପ ଓ ନିୟମ ବିଷୟରେ ସୂଚିତ କରାଯିବ।

Breaking News