ରିପୋର୍ଟ କାର୍ଡ / କଟକ
ବହୁ ଚର୍ଚ୍ଚିତ ସ୍ତର ଦମ୍ପତ୍ତିଙ୍କ କଳିରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି | ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ଉଭୟ ପକ୍ଷ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ। ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ। ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ଜେରା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଅକ୍ଟୋବର ୧୩ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..