Report Card Odisha

| Daily Odia News

ଭୌଗୋଳିକ ସ୍ଥିତି ପାଇଁ ଓଡ଼ିଶାରେ ପ୍ରଭାବିତ ଇଣ୍ଟରନେଟ୍‌ ସେବା…..

Gujjar agitation - Internet services in five Jaipur tehsils suspended.

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶାର ଭୌଗୋଳିକ ସ୍ଥିତି ପାଇଁ ରାଜ୍ୟରେ ଇଣ୍ଟରନେଟ୍‌ ସେବା ପ୍ରଭାବିତ ହେଉଛି। ଜଙ୍ଗଲ, ଆଦିବାସୀ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳ ସହିତ ମାଓବାଦୀଙ୍କ ଦ୍ବାରା ପ୍ରଭାବିତ ଅଞ୍ଚଳରେ ଦୁର୍ବଳ ନେଟୱର୍କ ଉପସ୍ଥିତି ପାଇଁ ଏଭଳି ପରିସ୍ଥିତି ଉପୁଜୁଛି। ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନସୁଦ୍ଧା ୪୫ ହଜାର ୯୮୯ ଗାଁରେ ଭଏସ କଭରେଜ(୨ଜି-୩ଜି-୪ଜି) ଓ ୪୪୩୮୪ ଗାଁରେ ୪ଜି ସେବା ଉପଲବ୍ଧ ହୋଇଛି। ଏଲ୍‌ଡବ୍ଲୁଇ-୨ ପ୍ରକଳ୍ପ ଅଧୀନରେ ୧୬୨ଟି ଟାୱାର ପ୍ରତିଷ୍ଠା ହୋଇଥିବା ବେଳେ ସବୁ ଟାୱାର କାର୍ଯ୍ୟକ୍ଷମ ରହିଛି। ସେହିପରି ଆକାଂକ୍ଷୀ ଜିଲ୍ଲାରେ ୧୪୯ଟି ଟାୱାର ସ୍ଥାପନ କରାଯାଇଛି। ୪ଜି ସେବା ପ୍ରଦାନ କରିବା ଲାଗି ବିଏସ୍‌ଏନ୍‌ଏଲ୍‌ ସହାୟତାରେ ୨ଜି ଟାୱାରକୁ ୪ଜି ଟାୱାରକୁ ଅପଗ୍ରେଡ୍‌ କିମ୍ବା ନୂଆ ୪ଜି ଟାୱାର ପ୍ରତିଷ୍ଠା କରାଯାଉଛି। ଏଲଡବ୍ଲୁଇ-୧ରେ ୨ଜି ଟାୱାରକୁ ୪ଜି ଅପଗ୍ରେଡ୍‌ କରାଯାଉଛି। ଏହାସହ ଟାଏର-୨ ଓ ଟାଏର-୨ ସହରରେ ଜାତୀୟ ଇଣ୍ଟରନେଟ୍‌ ଏକ୍ସଚେଞ୍ଜ ଅଫ ଇଣ୍ଡିଆ(ଏନ୍‌ଆଇଏକ୍ସଆଇ) ଜରିଆରେ ଇଣ୍ଟରନେଟ୍‌ ଏକ୍ସଚେଞ୍ଜ ପଏଣ୍ଟ(ଆଇଏକ୍ସପି) ପ୍ରତିଷ୍ଠା କରାଯାଉଛି। ଓଡ଼ିଶାର ଭୁବନେଶ୍ବର, କଟକ ଓ ପୁରୀରେ ଆଇଏକ୍ସପି ପ୍ରତିଷ୍ଠା ହୋଇଛି। ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ଉତ୍ପାଦନ(ଇଏସ୍‌ଡିଏମ୍‌)କୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ବରରେ ଏକ ଉତ୍କର୍ଷ କେନ୍ଦ୍ର(ସିଓଇ) ପ୍ରତିଷ୍ଠା ହୋଇଛି। ଏସ୍‌ଟିପିଆଇ(ସଫ୍‌ଟୱେୟାର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ), ଓଡ଼ିଶା ସରକାର, ଆଇଆଟି ଭୁବନେଶ୍ବର ଓ ଇଣ୍ଡିଆ ଇଲେକ୍‌ଟ୍ରୋନିକ୍ସ ଏଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ୍‌(ଆଇଇଏସ୍‌ଏ) ସହାୟତାରେ ଏହା କାର୍ଯ୍ୟ କରୁଛି। ବର୍ତ୍ତମାନସୁଦ୍ଧା ୧୨ଟି ଷ୍ଟାର୍ଟ ଅପ୍ କାର୍ଯ୍ୟକାରୀ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ରାଜ୍ୟରେ ଟେଲି ସାନ୍ଦ୍ରତା ବଢ଼ାଇବା ପାଇଁ ଦାବି କରିଆସୁଛନ୍ତି। ଟ୍ରାଇର ସୂଚନା ଅନୁସାରେ ଓଡ଼ିଶାରେ ଟେଲି ସାନ୍ଦ୍ରତା ୭୫.୨୩ % ରହିଛି। ଯାହାକି ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ କମ୍।

 

Breaking News