Report Card Odisha

| Daily Odia News

ବଢ଼ିଲା ଯୁକ୍ତ ଦୁଇ ସ୍ପଷ୍ଟ ଆଡମିଶନ୍ ଅବଧି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଯୁକ୍ତ ଦୁଇ ସ୍ପଷ୍ଟ ଆଡମିଶନ୍ ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ସ୍ପଷ୍ଟ ଆଡମିଶନର ଶେଷ ତାରିଖ ଜୁଲାଇ ୩୧ତାରିଖ ଥିବାବେଳେ ଏହାକୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଜୁନିୟର କଲେଜ ପ୍ରିନ୍ସିପାଲଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କେତେକ ଭାଗରେ ଖରାପ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ ତାରିଖକୁ ଅଗଷ୍ଟ ୩ତାରିଖ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Breaking News