Report Card Odisha

| Daily Odia News

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ ବିଜେଡି | ସଂସଦରେ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବାକୁ ଥିବାବେଳେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି | ଅନ୍ୟପଟେ ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବ ବୋଲି ଜଣାପଡିଛି | ଉଲ୍ଲେଖ ଥାଉ କି ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିବାବେଳେ ଜୁଲାଇ ୨୬ରେ ପକ୍ଷରୁ ସରକାରଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଗୌରବ ଗୋଗଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହାପରେ ବାଚସ୍ପତି ଓମ୍‌ ବିର୍ଲା ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଇଣ୍ଡିଆ ମେଣ୍ଟର ସମସ୍ତ ସଦସ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯିବା ପାଇଁ ପ୍ରସ୍ତାବ‌ରେ ଗୃହର ୫୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଗୌରବ ଗୋଗଇଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥାକୁ ଅତି ସହଜରେ ୫୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା ।

Breaking News