ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଆଜି ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଲୁହା ଚାଦର ବୋଝେଇ ଟ୍ରକ୍କୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ଗାଡ଼ିରେ ଥିବା ଡ୍ରାଇଭର ଜୀବନ୍ତ ଜଳିହୋଇ ଯାଇଥିଲେ । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ଦୁଇଟି ଟ୍ରକ୍ କୋଲକାତା ଅଭିମୁଖେ ଯାଉଥିଲା। ମହୁଲଡିହା ଗାଁ ନିକଟରେ ଲୁହା ଚାଦର ବୋଝେଇ ଟ୍ରକ୍କୁ ଆଲୁମିନିୟମ ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ପରେ ଆଲୁମିନିୟମ ବୋଝେଇ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଟ୍ରକ୍କୁ ଜବତ କରିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..