Report Card Odisha

| Daily Odia News

ରତ୍ନଭଣ୍ଡାର ମରାମତି କରିବାର ଆବଶ୍ୟକ ରହିଛି…..

ରିପୋର୍ଟ କାର୍ଡ / କଟକ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍‌ଆଇ ଅଧୀକ୍ଷକ କହିଛନ୍ତି ଯେ ଭିତର ଭଣ୍ଡାର କେବେ ବି ଅନୁଧ୍ୟାନ ହୋଇନାହିଁ। ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ଏବେ ରତ୍ନଭଣ୍ଡାରରକୁ ମରାମତି କରିବାର ଆବଶ୍ୟକତା ରହିଛି । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ନିର୍ଦେଶ ଦେଲେ ଯଥାଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଅନେକ ବାଦ ବିବାଦ ପରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ୍ ହୋଇଛି। ଆସନ୍ତା ବର୍ଷ ରଥଯାତ୍ରାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିବାକୁ ୪ ଅଗଷ୍ଟରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁପାରିସ୍ ହୋଇଥିଲା। ତେବେ ଏହି ପ୍ରକ୍ରୟା ପରେ ପ୍ରଶ୍ନ ଉଠିଥିଲା। ଏ ନେଇ ମ୍ୟାନେଜିଂ କମିଟି ସଦସ୍ୟ ବି ଆପତ୍ତି କରିଥିଲେ।

 

Breaking News