ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଚିଠି ପଠାଇଛନ୍ତି। କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। ବିରୋଧୀଙ୍କ ସହ ମିଶି ଦିଲ୍ଲି ସର୍ଭିସ ବିଲ୍କୁ ଆପ୍ ସରକାର ରାଜ୍ୟସଭାରେ ମାତ ଦେବାକୁ ଯୋଜନା କରିଥିଲେ। କିନ୍ତୁ ବିଜେଡି ଓ ୱାଇଏସ୍ଆର କଂଗ୍ରେସ ପାଇଁ କେଜ୍ରିୱାଲଙ୍କ ଯୋଜନା ବିଫଳ ହୋଇଛି । କେନ୍ଦ୍ର ସରକାର ଉଭୟ ଲୋକସଭା ଓ ରାଜ୍ୟରେ ଦିଲ୍ଲୀ ବିଲ୍କୁ ପାରିତ କରିବାରେ ସକ୍ଷମ ହୋଇଛନ୍ତି। ତଥାପି କେଜ୍ରିୱାଲ ସମର୍ଥନ ପାଇଁ ରାହୁଲ ଓ ଖଡେଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଦିଲ୍ଲୀର ୨ କୋଟି ଜନତାଙ୍କ ପକ୍ଷରୁ GNCTD (Amendment) Bill, 2023 କୁ ଅଗ୍ରାହ୍ୟ କରିବା ଓ ଏହା ବିରୋଧରେ ଭୋଟ ଦେବା ପାଇଁ କୃତଜ୍ଞତା ଜଣାଉଛି। ଦିଲ୍ଲୀବାସୀଙ୍କ ଅଧିକାରୀ ପାଇଁ ସଂସଦ ବାହାରେ ଓ ଭିତରେ ମିଳିଥିବା ସମର୍ଥନକୁ ମୁଁ ହୃଦୟରୁ ସ୍ୱାଗତ କରୁଛି। ଆମ ସମ୍ବିଧାନ ପ୍ରତି ଆପଣଙ୍କ ଦୃଢ଼ ଆନୁଗତ୍ୟ ଦଶନ୍ଧି ଦଶନ୍ଧି ଧରି ମନେ ରହିବ। ଦେଶର ସମ୍ବିଧାନକୁ ଦୁର୍ବଳ କରୁଥିବା ଶକ୍ତି ବିରୋଧରେ ଆପଣଙ୍କ ସମର୍ଥନ ଆଗକୁ ମଧ୍ୟ ରହିବ ବୋଲି ଆମେ ଆଶାବାଦୀ।”






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..