ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଶା ମାରିବ ଡ୍ରୋନ। ଗତବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଡେଙ୍ଗୁ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଡେଙ୍ଗୁ ମଶା ମାରିବା ପାଇଁ ଫଗିଂ କରାଯାଉଛି। ଏହାସହ ଲାର୍ଭେସାଇଟ ମଧ୍ୟ ପକାଯାଉଛି। ହେଲେ ବଡ଼ ବଡ଼ ଡ୍ରେନମାନଙ୍କରେ ରସାୟନିକ ସ୍ପ୍ରେ କରିବା ସମ୍ଭବପର ହେଉନାହିଁ। ଏଥିପାଇଁ ଖୁବ୍ ଶୀଘ୍ର ଡ୍ରୋନର ବ୍ୟବହାର କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳ ଉତ୍ସଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଡେଙ୍ଗୁ ପାଇଁ ବିଏମ୍ସି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ କରାଯାଉଛି।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……