ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡାକ୍ତରଙ୍କ ଉପରେ ହିଂସା, ଆକ୍ରମଣ ମାମଲା ବଢ଼ି ଚାଲିଛି । ଏଣିକି ଆକ୍ରମଣକାରୀ, ଅପମାନଜନକ ଟିପ୍ପଣୀ ଓ ଅଶାଳୀନ ଆଚରଣ କରୁଥିବା ରୋଗୀ ଏବଂ ସମ୍ପର୍କୀୟଙ୍କ ଚିକିତ୍ସା କରିବା ଲାଗି ଡାକ୍ତର ମନା କରିପାରିବେ । ଏନେଇ ସୂଚନା ଦେଇଛି ନ୍ୟାସନାଲ୍ ମେଡିକାଲ୍ କମିଶନ ରେଜିଷ୍ଟର୍ଡ ମେଡିକାଲ୍ ପ୍ରାକ୍ଟିସନର । ଡାକ୍ତରଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ଏହି ପଦକ୍ଷେପ ନିଆଯାଉଛି । ରୋଗୀଙ୍କ ପ୍ରତି ଡାକ୍ତରଙ୍କ କର୍ତ୍ତବ୍ୟ ଅଧିସୂଚନାରେ କୁହାଯାଇଛି-ରୋଗୀଙ୍କୁ ଦେଖୁଥିବା ଡାକ୍ତର ନିଜ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବା ସହ ସଠିକ୍ ଦେୟ ପାଇବେ । ଅପମାନଜକ, ହିଂସାକାରୀ ରୋଗୀ ଓ ସମ୍ପର୍କୀୟଙ୍କ ମାମଲାରେ ଡାକ୍ତର ବ୍ୟବହାରର ଦସ୍ତାବିଜ୍ ଦେଇ ରିପୋର୍ଟ କରି ରୋଗୀଙ୍କ ଚିକିତ୍ସା ପାଇଁ ମନା କରିପାରିବେ । ସେହିଭଳି ରୋଗୀଙ୍କ ଚିକିତ୍ସା ପାଇଁ ଅନ୍ୟତ୍ର ରେଫର୍ କରାଯାଇପାରିବ । ଏହି ନୂଆ ନିୟମ, ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ)ର ମେଡିକାଲ୍ ଏଥିକ୍ସ କୋଡ୍ ୨୦୨୨ରେ ସ୍ଥାନ ନେବ । ପ୍ରଥମଥର ପାଇଁ ଅନିୟନ୍ତ୍ରିତ ଓ ହିଂସାକାରୀ ରୋଗୀଙ୍କ ଚିକିତ୍ସା କରିବା ପାଇଁ ମନା କରିବା ଲାଗି ଡାକ୍ତରଙ୍କୁ କ୍ଷମତା ମିଳିବ ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……