ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିନେଟର ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ବିରୋଧୀ ଦଳ ନେତା ରାଜା ରିଆଜ ଉକ୍ତ ପ୍ରସଙ୍ଗରେ ଦୁଇ ପର୍ଯ୍ୟାୟରେ କଥାବାର୍ତ୍ତା କରିବାପରେ କାକର୍ଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। କାମଚଳା ପ୍ରଧାନମନ୍ତ୍ରୀ ଭାବେ କାକର୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶାସନ କରିବେ ଏବଂ ଆଗାମୀ ସାଧାରଣ ନିର୍ବାଚନ ମଧ୍ୟ ତାଙ୍କ ତତ୍ତ୍ବାବଧାନରେ ହେବ। ବଲୁଚିସ୍ତାନ ଅୱାମୀ ପାର୍ଟି ସାଂସଦ କାକର୍ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଏକ କାମଚଳା ସରକାରର ନେତୃତ୍ବ ନେବେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଗତ ଅଗଷ୍ଟ ୯ ତାରିଖରେ ନେସନାଲ ଆସେମ୍ବ୍ଲି ଭାଙ୍ଗିବାପାଇଁ ସୁପାରିସ କରିଥିଲେ। କାର୍ଯ୍ୟକାଳ ଶେଷ ହେବାର ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନେସନାଲ ଆସେମ୍ବ୍ଲି ଭାଙ୍ଗିବାପାଇଁ କହିଥିଲେ।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……