ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୬ ତାରିଖରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ | ୧୬ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ | ୧୭ ତାରିଖରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଏହି ଦୁଇ ଦିନିଆ ଗସ୍ତ ସମୟରେ ଅର୍ଥ ମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ| ଏହାପରେ ଅର୍ଥ ମନ୍ତ୍ରୀ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ପୂର୍ବତନ ବିଧାୟିକା ଦିବଂଗତ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଯୋଗ ଦେବା ନେଇ ସୂଚନା ମିଳିଛି|






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..