ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାବେଳେ ଭାଜପା ବିଜୟର କାରକ ଗୁଡ଼ିକୁ ବିଚାର କରିଥାଏ। ଅପରପକ୍ଷରେ କଂଗ୍ରେସରେ ଗୋଷ୍ଠୀକନ୍ଦଳ ପ୍ରାଧାନ୍ୟ ବିସ୍ତାର କରିଛି। ଭାଜପାରେ ଟିକେଟ ବଣ୍ଟନରେ ମୋର ନା ତୁମର ନାହିଁ। ସମସ୍ତେ ଭାଜପାର ଏକ ଅଂଶ। ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ହେବାକୁ ଥିବା ନିର୍ବାଚନ ପାଇଁ ଭାଜପା ରାଜ୍ୟର ୩୯ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ୧୭ ଅଗଷ୍ଟରେ କରିଛି। ଜ୍ୟୋତିରାଦି୍ୟଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….