ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏସିଆ କପ୍ କ୍ରିକେଟ୍ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ। ଆଜି ୧୭ ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି। ତିଳକ ବର୍ମା ନୂଆ ଚେହେରା ଭାବେ ଦଳରେ ସାମିଲ୍ ହୋଇଛନ୍ତି। ଯୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡିଥିବା ବେଳେ କୁଳଦୀପ ଯାଦବଙ୍କୁ ସାମିଲ କରାଯାଇଛି। ଅଗଷ୍ଟ ୩୦ ରୁ ଏସିଆ କପ୍ ଆରମ୍ଭ ହେବ। ପାକିସ୍ତାନ-ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତ ସେପ୍ଟେମ୍ବର ୨ ରେ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ। ସେପ୍ଟେମ୍ୱର ୧୭ରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କେ.ଏଲ ରାହୁଲ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରଶିଦ୍ଧ କ୍ରିଷ୍ଣା।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..