ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଟାଙ୍ଗରପାଲିରେ ମା ଓ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା ଜ୍ୟୋତ୍ସ୍ନା ରାଣୀ ଦାଶ ଓ ପୁଅ ସୁଧୀର ପଣ୍ଡା । ଜ୍ୟୋତ୍ସ୍ନା ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ଉଭୟଙ୍କୁ ୨ ଦିନ ହେଲା ଦେଖିବାକୁ ମିଳିନ ଥିଲା। ଆଜି ସକାଳେ କେୟାର ଟେକର ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସୂଚନା ଅନୁଯାୟୀ, ଦୁଇଟି ଫ୍ୟାନରେ ଝୁଲି ଦୁହେଁ ଆତ୍ମହତ୍ୟା କରିଛନ୍ତି। ଦୁଇ ଦିନ ହେବ ସେ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ସୁଧୀରଙ୍କ ସ୍ତ୍ରୀ ରାଉରକେଲା ସ୍ଥିତ ତାଙ୍କ ବାପାଙ୍କ ଘରକୁ ଯାଇଛନ୍ତି। କୋଭିଡ ସମୟରେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଥିଲା। ସେ ମଧ୍ୟ ଶିକ୍ଷକ ଥିଲେ। ତାଙ୍କ ମୃତ୍ୟୁ ପରେ ଦୁହେଁ ଚାପଗ୍ରସ୍ତ ଥିବା ପଡ଼ୋଶୀ ସନ୍ଦେହ କରୁଛନ୍ତି। ପୂର୍ବରୁ ଜ୍ୟୋତ୍ସ୍ନା ରାଣୀ ଦାଶଙ୍କ ସ୍ବାମୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ଏବେ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..