Report Card Odisha

| Daily Odia News

ଦୁଷ୍କର୍ମ କରିଥିବା ଅଫିସର୍‌ ଙ୍କୁ ନିଲମ୍ବନ ଆଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଜ ବନ୍ଧୁଙ୍କ ୧୪ ବର୍ଷୀୟ ଝିଅ ସହିତ କିଛି ମାସ ଧରି ଦୁଷ୍କର୍ମ କରିଥିବା ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଫିସର୍‌ଙ୍କୁ ନିଲମ୍ବନ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ରିପୋର୍ଟ ଦାଖଲ କରିବା ଲାଗି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।  ସୂଚନାଯୋଗ୍ୟ ଅଭିଯୁକ୍ତ ସରକାରୀ କର୍ମଚୀଙ୍କ ପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ପକ୍ସୋ ଆଇନ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। କାରଣ ପୀଡିତାଙ୍କ ଗର୍ଭପାତ କରାଇବା ପାଇଁ ଅଭିଯୁକ୍ତଙ୍କ ପତ୍ନୀ ମେଡିସିନ୍ ଦେଉଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଦିଲ୍ଲୀ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଅଧିକାରୀ। ତାଙ୍କ ସାଙ୍ଗର ମୃତ୍ୟୁ ଘଟିବା ପରେ ସାଙ୍ଗର ଝିଅକୁ ନିଜ ଘରକୁ ନେଇ ଆସିଥିଲେ। କିନ୍ତୁ ଲାଳନ ପାଳନ କରିବା ପରିବର୍ତ୍ତେ ତା’ ସହ ଘଟାଉଥିଲେ ପିଶାଚ କାଣ୍ଡ। ଏଥିରେ ସାଥ୍ ଦେଉଥିଲେ ତାଙ୍କ ପତ୍ନୀ। ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ଅଧିକାରୀଙ୍କ ଘରେ ନଭେମ୍ବର 2020ରୁ ଜାନୁଆରୀ 2021 ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ ସରକାରୀ କର୍ମଚାରୀ। ନାବାଳିକା ଜଣକ ମଧ୍ୟ ଥରେ ଗର୍ଭବତୀ ହୋଇଥିଲେ। ଅଧିକାରୀଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଆଲୋଡନ ଖେଳି ଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।

 

Breaking News