ରିପୋର୍ଟ କାର୍ଡ / କଟକ
ପୁଣି କଟକ ମାଲଗୋଦାମରୁ ମିଳିଛି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ। ଖବର ପାଇ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲେ। ଅପମିଶ୍ରିତ ଲଙ୍କା, ଜିରାଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ମାଲଗୋଦାମ ଗୁଡସେଡ୍ ଅଞ୍ଚଳରେ ଥିବା ଏକ ଦୋକାନରୁ ଜବତ ହୋଇଛି। ନକଲି ସାମଗ୍ରୀ ଜବତ ସହ ସିଏମସି ଦୋକାନକୁ ସିଲ୍ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..