Report Card Odisha

| Daily Odia News

ଅକ୍ଟୋବରରେ ଶେଷ ହେବେ ପରିକ୍ରମା ପ୍ରକଳ୍ପ…..

ରିପୋର୍ଟ କାର୍ଡ / ପୁରୀ

ଆସନ୍ତା ଅକ୍ଟୋବର ମାସରେ ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ଶେଷ ହେବ। ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ଶେଷ ହେଲେ ଭକ୍ତଙ୍କୁ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଅତ୍ୟାଧୁନିକ ସୁବିଧା ମିଳିପାରିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମିତ ଶୌଚାଳୟକୁ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ଆଜି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବଢ଼ା ଯୋଜନା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ପରେ ଶ୍ରୀ ଦାସ କହିଛନ୍ତି, ଅବଢ଼ା ଯୋଜନାରେ ବିଭିନ୍ନ କାମ ଉପରେ ସମୀକ୍ଷା ହୋଇଥିଲା। ସେହିପରି ପରିକ୍ରମ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ଅକ୍ଟୋବର ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ଚେଷ୍ଟା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ କୋଠା ଓ ଏମାର ମଠରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ କୋଠାରେ ୨ ହଜାର ଓ ଏମାର ମଠ ଅଭ୍ୟର୍ଥନା କୋଠାରେ ୧ ହଜାର ଭକ୍ତ ରହିପାରିବେ। ରାମ୍ପ ବ୍ୟବସ୍ଥା ନେଇ ଏଏସ୍‌ଆଇ ପଦକ୍ଷେପ ନେଇଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ ରାମ୍ପ କାର୍ଯ୍ୟ ଶେଷ ହେବ। ଶ୍ରୀ ଦାସ କହିଛନ୍ତି ଯେ, ଏମାର ମଠ ପଛପଟେ ରଘୁନନ୍ଦନ ପାଠାଗାର ହେବ। ଏଥି ପାଇଁ ଟେଣ୍ଡର ହୋଇଛି।

Breaking News