ରିପୋର୍ଟ କାର୍ଡ / ଭଦ୍ରକ
ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍। ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟରେ। ମାଲବାହୀ ଟ୍ରେନ୍ଟି ଖଡ଼ଗପୁରରୁ ଆସୁଥିଲା। ଏଥିରେ ୬୦ଟି ବଗି ଥିଲା। ତେବେ ଚରମ୍ପା ଷ୍ଟେସନ ନିକଟରେ କୌଣସି କାରଣ ବଶତଃ ଏହା ମଝିରୁ ଛିଡ଼ି ଯାଇଥିଲା। ଅର୍ଥାତ୍ ୩୦ଟି ବଗି ଧରି ଇଞ୍ଚିନ ପଳାଇଥିଲା। ଆଉ ୩୦ଟି ବଗି ରହି ଯାଇଥିଲା। ପରେ ଗାର୍ଡ ଷ୍ଟେସନକୁ ଖବର ଦେବା ପରେ ଟ୍ରେନ୍କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଇଞ୍ଜିନ ପଛକୁ ଫେରିଥିଲା। ବଗି ଗୁଡ଼ିକ ଯୋଡ଼ିବା ପରେ ଟ୍ରେନ୍ ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..