Report Card Odisha

| Daily Odia News

ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ବ୍ରିକ୍ସ ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ବିଶ୍ୱବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ବିଶ୍ୱର ବିକାଶ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଏକ ଇଞ୍ଜିନ ହେବ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ବିଶ୍ବ ଅର୍ଥନୀତିରେ ଅସ୍ଥିରତା ସତ୍ତ୍ବେ ଭାରତ ଏ କ୍ଷେତ୍ରରେ ବେଶ୍‌ ଅଭିବୃଦ୍ଧି କରିଛି। ଖୁବ୍ ଶୀଘ୍ର ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆସନ୍ତା ବର୍ଷରେ ଭାରତ ଅଭିବୃଦ୍ଧିର ଇଞ୍ଜିନ ହୋଇ ବିଶ୍ବସମୂହରେ ଉଭା ହେବ। ଏହାର କାରଣ ହେଉଛି ଭାରତ ସଙ୍କଟ ଏବଂ ଅସୁବିଧାକୁ ଆଡ଼େଇ ଏହାକୁ ସୁଯୋଗରେ ପରିଣତ କରିଛି । ଷ୍ଟ୍ରିଟ୍ ବିକ୍ରେତା ଠାରୁ ଆରମ୍ଭ କରି ବଡ ସପିଂ ମଲ୍ ପର୍ଯ୍ୟନ୍ତ ସବୁ ସ୍ତରରେ ଆଜି ବିଶ୍ବର ସମସ୍ତ ଦେଶ ମଧ୍ୟରେ ଭାରତ ହେଉଛି ସର୍ବାଧିକ ଡିଜିଟାଲ୍ କାରବାର କରୁଥିବା ଦେଶ। ଭାରତରେ ବର୍ଷକୁ ଦଶ ହଜାର କିଲୋମିଟର ବେଗରେ ନୂତନ ରାଜପଥ ନିର୍ମାଣ କରାଯାଉଛି। ଗତ ନଅ ବର୍ଷ ମଧ୍ୟରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଅଧିକନ୍ତୁ, ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛୁ।

Breaking News