Report Card Odisha

| Daily Odia News

୭ରୁ ଭାରତ ଗସ୍ତରେ ଜୋ ବାଇଡେନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଗାମୀ ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ | ଏନେଇ ହ୍ବାଇଟ୍‌ ହାଉସ୍‌ ଜାରି କରିଥିବା ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ ଅଛି। ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜି-୨୦ ନେତୃତ୍ବକୁ ପ୍ରଶଂସା କରିବେ ବୋଲି ମଧ୍ୟ ଉକ୍ତ ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ ଅଛି। ଏହାଛଡ଼ା, ରାଷ୍ଟ୍ରପତି ବାଇଡେନ୍‌ ଅକ୍ଷୟ ଶକ୍ତିର ପ୍ରସାର, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଓ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ୍‌ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି: ରାଷ୍ଟପତି ବାଇଡେନ୍‌ ଓ ଜି-୨୦ର ସଦସ୍ୟମାନେ ଅକ୍ଷୟ ଶକ୍ତିର ପ୍ରସାର ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା, ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ଯୁଦ୍ଧଜନିତ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଏବଂ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ୍‌ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ। ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କରି ଉକ୍ତ ‘ରିଲିଜ୍‌’ରେ କୁହାଯାଇଛି: ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ଜି୨୦ ନେତୃତ୍ବକୁ ପ୍ରଶଂସା କରିବେ। ଏହାଛଡ଼ା, ୨୦୨୬ରେ ଆମେରିକା ଜି-୨୦ର ଆୟୋଜନ କରିବ ବୋଲି ଘୋଷଣା କରିବା ସହିତ ଏହି ପ୍ରମୁଖ ଅର୍ଥନୈତିକ ସହଯୋଗ ମଞ୍ଚ ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ସେ ପୁନଃସୁନିଶ୍ଚିତ କରିବେ।

Breaking News