ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍। ସେ କହିଛନ୍ତି, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ୨୦ ହଜାର ପଦବୀ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ। ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ, ବିନା ବାଧାବିଘ୍ନରେ ଆମେ ଏହି ପ୍ରକ୍ରିୟା ଶେଷ କରିବୁ। ବିଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ। ଯୋଜନାଭିତ୍ତିକ ନିଯୁକ୍ତି ହେବ। ଆମ ସରକାରଙ୍କ ପକ୍ଷରୁ କୋହଳ କରାଯାଇଛି କି ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ, କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ଆମେ ବିଜ୍ଞପ୍ତିରେ ଦେଇଛୁ। ନିଯୁକ୍ତି ସମ୍ପର୍କରେ ଆବେଦନକାରୀ ଅନ୍ୟ କୌଣସି ୱେବ ସାଇଟକୁ ଫଲୋ ନ କରି କେବଳ ଓସେପା ୱେବ ସାଇଟରୁ ତଥ୍ୟ ନେବାକୁ ଗଣଶିକ୍ଷା ସଚିବ ପରାମର୍ଶ ଦେଇଛନ୍ତି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..