ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସମସ୍ତ ମହିଳା ଓ ପୁରୁଷମାନେ ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଲିଙ୍ଗ ପରିବର୍ତ୍ତନ କରିବା ସେମାନଙ୍କର ସାମ୍ବିଧାନିକ ଅଧିକାର। ସର୍ଜରୀ ଦ୍ୱାରା ସମସ୍ତେ ଲିଙ୍ଗ ପରିବର୍ତ୍ତନ କରିପାରିବେ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଜଣେ ମହିଳା କଷ୍ଟେଲବଲ ସର୍ଜରୀ ଦ୍ୱାରା ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଥିବା ଉଲ୍ଲେଖ କରି ଉତ୍ତର ପ୍ରଦେଶ ଡିଜିପିଙ୍କୁ ଅନୁମତି ପାଇଁ ଚିଠି ଲେଖିଥିଲେ। ଏବେ ଆହ୍ଲାବାଦ ହାଇକୋର୍ଟ ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେବାକୁ ଡିଜିପିଙ୍କୁ କହିଛନ୍ତି। ଶୁଣାଣି ବେଳେ ଜଷ୍ଟିସ ଅଜିତ କୁମାର କହିଛନ୍ତି, ଯଦି ଜଣେ ବ୍ୟକ୍ତି ନିଜର ଲିଙ୍ଗକୁ ନେଇ ଅନ୍ୟ କିଛି ଅନୁଭବ କରୁଛନ୍ତି, ସେ ନିଜର ଶାରୀରକ ଗଠନକୁ ନିର୍ଦ୍ଦିଷ୍ଟ ଭାବେ ଗଠନ କରିବାକୁ ଚାହୁଁଛନ୍ତି, ତାଙ୍କ ଭାବନା ଓ ବ୍ୟବହାର ବିପରୀତି ଲିଙ୍ଗ ଭଳି ରହିଛି, ତା’ହେଲେ ସେ ସର୍ଜରୀ ଦ୍ୱାରା ନିଜର ଲିଙ୍ଗ ପରିବର୍ତ୍ତନ କରିପାରିବେ। ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ। ଏହା ସେମାନଙ୍କର ସାମ୍ବିଧାନିକ ଅଧିକାର। ଯଦି ଆମେ ଆଧୁନିକ ସମାଜରେ ଜଣେ ବ୍ୟକ୍ତିଙ୍କର ଏପରି ଅଧିକାର ପ୍ରତି ଧ୍ୟାନ ନ ଦେବା, ତା’ହେଲେ ଆମେ କେବଳ ଲିଙ୍ଗଗତ ଭିନ୍ନତା ସିଣ୍ଡ୍ରମକୁ ଉତ୍ସାହିତ କରୁଛେ ବୋଲି ଭାବିବାକୁ ପଡ଼ିବ। ଲିଙ୍ଗଗତ ପାର୍ଥକ୍ୟ ଯୋଗୁ ଜଣେ ବିଭିନ୍ନ ପ୍ରକାରର ରୋଗ, ଆଞ୍ଜାଇଟୀ, ଅବସାଦ, ନାକାରାମତ୍କ ଚିନ୍ତାଧାରା ଓ ସେକ୍ସ୍ୟୁଆଲ ଶରୀର ଗଠନ ପ୍ରତି ବିତୁଷ୍ଣା ମନୋଭାବ ଦେଖାଇବେ। ଯଦି ମାନସିକ ହସ୍ତକ୍ଷେପ ଏହାକୁ ସମାଧାନ ନ କରିପାରୁଛି, ତା’ହେଲେ ସର୍ଜିକାଲ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି କୋର୍ଟ କହିଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..