ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ରକେଟ୍ରି: ଦ ନାମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ ଓ ଆରଆରଆରକୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଗଙ୍ଗୁବାଇ କାଠିଆଓ୍ବାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ପାଇଁ କୃତି ସାନୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ତଥା ପୁଷ୍ପା ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଜାତୀୟ ଏକତା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ନର୍ଗିସ ଦତ୍ତ ପୁରସ୍କାର ଦି କଶ୍ମୀର ଫାଇଲ୍ସକୁ ଦିଆଯାଇଛି । ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ ସିଂକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ପୋଷାକ ଡିଜାଇନର୍, ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନର୍ ଓ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ବି ଜାତୀୟ ପୁରସ୍କାର ଜିତିଛି । ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ପଲ୍ଲବୀ ଯୋଶୀ (କଶ୍ମୀର ଫାଇଲ୍ସ) ଓ ଶ୍ରେଷ୍ଠ ସହଅଭିନେତା ଭାବେ ପଙ୍କଜ ତ୍ରିପାଠୀ (ମିମି) ପୁରସ୍କାର ଜିତିଛନ୍ତି । ଶ୍ରେୟା ଘୋଷାଲଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ଶିଶୁ କଳାକାର ଭାବେ ଭବିନ ରବାରୀ ଏହି ଜାତୀୟ ପୁରସ୍କାର ଜିତିଛନ୍ତି ।ସେହିପରି ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..