Report Card Odisha

| Daily Odia News

ରାଜ୍ୟରେ ବାହାରିଲେଣି ନକଲି ଅଧ୍ୟାପକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନକଲି ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ବଲାଙ୍ଗିର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ । ଏମାନେ ଜାଲ୍ ମାର୍କସିଟ୍ ବଳରେ ଚାକିରି ପାଇଥିବାର ଅଭିଯୋଗ ହୋଇଛି। ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏଥିସହ ଏହି ଦୁଇ ଅଧ୍ୟାପକଙ୍କୁ ସେମାନେ ଦରମା ଆକାରରେ ପାଇଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି। ଉଭୟ ନକଲି ଅଧ୍ୟାପକଙ୍କ ସାର୍ଟିଫିକେଟରେ ସମ୍ବଲପୁର ୟୁନିଭରସିଟିର ଫେକ୍‌ ଷ୍ଟାମ୍ପ ରହିଛି | ସେମାନଙ୍କ ମଧ୍ୟରୁ ଲିଙ୍ଗରାଜ ମେହେର ଓଡ଼ିଆ ଅଧ୍ୟାପକ ଥିବା ବେଳେ ନରେନ୍ଦ୍ର ନାଗ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଉଭୟ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ବି କେହି ଜାଣିପାରୁନଥିଲେ । ସଂପୃକ୍ତ ପ୍ରିନ୍ସପାଲମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Breaking News