ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ଲୋକସଭା ନିର୍ବାଚନରେ ରହୁଲ ଗାନ୍ଧୀ ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପାର୍ଥୀ | ଗଣମାଧ୍ୟମରେ ଏଭଳି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ |ବର୍ତ୍ତମାନ ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ଚାପ ପକାଇଥିଲା। ତେଣୁ ସେମାନେ ଏକାଠି ହୋଇ ଇଣ୍ଡିଆ (I.N.D.I.A) ନାଁରେ ମେଣ୍ଟ କରିଛନ୍ତି। ୨୬ଟି ଦଳ ବସି ଆଲୋଚନା କରିବା ପରେ ଏହି ମେଣ୍ଟ ଗଠନ ହୋଇଛି। ତେବେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗେହଲଟ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରୀ ହେବା ଉଚିତ ନୁହେଁ। ବିଜେପି ମାତ୍ର ୩୧% ଭୋଟରେ କ୍ଷମତାକୁ ଆସିଛି। ବାକି ୬୯% ଭୋଟ ତାଙ୍କ ବିପକ୍ଷରେ ଯାଇଛି। ଗତମାସରେ ବେଙ୍ଗାଲୁରୁରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିବା ବେଳେ ଏନ୍ଡିଏ ପୂରା ଡରି ଯାଇଥିଲା।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..