Report Card Odisha

| Daily Odia News

୩ ଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରିକଲା ବ୍ୟୁରୋ ଅଫ ଇମିଗ୍ରେସନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲାରେ ଆଉ ତିନିଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୂର୍ବରୁ ଲୁକ ଆଉଟ ସର୍କୁଲାର୍ ଜାରି କରିବାକୁ ଅନୁରୋଧ କରିଥିଲା। ଏହି ତିନି ବ୍ୟକ୍ତି ହେଲେ କ୍ରିଷ୍ଣା କୁମାର, ଅନୀଲ କୁମାର ଓ ଭୁରା ରାମ। ଏମାନେ ସମସ୍ତେ ରାକେଟର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁର ଘନିଷ୍ଠ ସହଯୋଗୀ। ସୂଚନାଯୋଗ୍ୟ ଯେ ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରିଥିବା ଏହି ରାକେଟର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ଅର୍ଥାତ ସୋମବାର ଦିନ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା। ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା। ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଇଓଡବ୍ଲୁ ଠାରୁ ଅପହଞ୍ଚ ହୋଇ ରହିଛି।କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲାରେ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି ହୋଇଛି। ଡେଭିଡ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ। ଏସଟିଏ ଟୋକେନ୍ ସଂସ୍ଥା କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ବୋଲି ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

 

 

Breaking News