ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଚୀନ୍ର ୟୁନ୍ନାନ୍ ପ୍ରଦେଶ ଅନ୍ତର୍ଗତ ମେଙ୍ଗ୍ମାନ୍ ଟାଉନ୍ସିପ୍ରେ ବୁଲୁଥିବା ବେଳେ ଗୋଟାଏ ଏସୀୟ ବଣୁଆ ହାତୀ ୨.୮ କିଲୋଗ୍ରାମ୍ ଓଜନର ଅଫିମ ଥିବା ବ୍ୟାଗ୍ ପାଇଥିବା କଥା ମେଡିଆ ରିପୋର୍ଟରେ ପ୍ରକାଶ ପାଇଛି। ସମ୍ପ୍ରତି ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ୪ଟି ବଣୁଆ ହାତୀଙ୍କୁ ଗାଁରୁ ଘଉଡ଼ା ଯାଉଥିବା ବେଳେ ସେଥିରୁ ଗୋଟିଏ ହାତୀ ଶୁଙ୍ଘି ଶୁଙ୍ଘି ବ୍ୟାଗ୍ଟିଏ ଉଠାଇ ଫିଙ୍ଗି ଦେଉଛି। ଅବଶ୍ୟ ପରେ ସେ ବ୍ୟାଗ୍ଟିକୁ ପୋଲିସ ଜବତ କରିଛି। ଚୀନା ଗଣମାଧ୍ୟମ ରିପୋର୍ଟ କରିଛି ଯେ, ବଣ ଭିତରକୁ ଯିବା ବାଟରେ ଚାରିଟିକିଆ ହାତୀ ପଲ ଭିତରୁ ହଠାତ୍ ଗୋଟାଏ ହାତୀ ଶୁଣ୍ଢରେ ଶୁଙ୍ଘି ଅରମା ଘାସ ଭିତରୁ ବ୍ୟାଗ୍ଟିଏ ଉପରକୁ ଉଠାଇ ଫିଙ୍ଗି ଦେଇ ସେଠାରୁ ପଳାଇ ଯାଉଛି। ବ୍ୟାଗ୍ ଖୋଲିବା ପରେ ସେଥିରୁ କପଡ଼ାରେ ଗୁଡ଼ା ହୋଇ ଇଟା ଆକୃତିର ଅଫିମ ଥିବା ପୋଲିସ ଦେଖିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..