ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ jqmin ମିଳିବା ପରେ ପୁଣି ଗିରଫ ହୋଇଛନ୍ତି | ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣା ଯାଇଥିଲା। ହେଲେ ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। କାରଣ ଜାମିନ ମିଳିବା ପରେ ଏବେ ଆଉ ଏକ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଇମ୍ରାନଙ୍କୁ ଆଜି ଗିରଫ କରାଯାଇଛି ଏବଂ ସେ ଅଗଷ୍ଟ ୩୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେବୋଲି ଜଣାପଡିଛି |






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..