Report Card Odisha

| Daily Odia News

ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ,୧୩ମୃତ……

ରିପୋର୍ଟ କାର୍ଡ/ ଢେଙ୍କାନାଳ 

ରାସ୍ତାଉପରେ ଶୋଇଥିବା ଗୋରୁଙ୍କୁ ଧକ୍କା ଦେଇ ଚା’ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣା ୧୩ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସୌଭାଗ୍ୟ ବଃଶତ ଚା’ ଦୋକାନୀର କିଛି ହୋଇ ନାହିଁ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ। ଆଜି ଭୋର ସମୟରେ ଟ୍ରକ୍‌ଟି ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲା। ଏହି ସମୟରେ ବାରିହାପୁର ଗାଁ ନିକଟରେ ରାସ୍ତା ଉପରେ ଗୋରୁ ଗୁଡ଼ିକ ଶୋଇଥିଲେ। ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଗୋରୁଙ୍କ ଉପରେ ମାଡ଼ି ଯାଇଥିଲା। ପରେ ଚା’ ଦୋକାନ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ୧୩ଟି ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚା’ ଦୋକାନୀର କିଛି ହୋଇ ନାହିଁ। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Breaking News