Report Card Odisha

| Daily Odia News

ଚନ୍ଦ୍ରଯାନ-୩ ଅଭିଯାନ ସଫଳତାର ସହ ଶେଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଚନ୍ଦ୍ରଯାନ-୩ ଅଭିଯାନରେ ରୋଭର ପ୍ରଜ୍ଞାନ ସଫଳ ଭାବେ ତାର କାର୍ଯ୍ୟ ସମାପ୍ତ କରିଥିବା ନେଇ ଇସ୍ରୋ ଟ୍ୱିଟ କରିଛି। ଇସ୍ରୋ ସୂଚନା ଅନୁଯାୟୀ, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ରୋଭର ପ୍ରଜ୍ଞାନ ଆଜି (ଶନିବାର, ସେପ୍ଟେମ୍ବର ୨) ପର୍ଯ୍ୟନ୍ତ ଅତ୍ୟନ୍ତ ସଫଳତାର ସହ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦନ କରିଛି। ସୂଚନା ଅନୁଯାୟୀ, ଏବେ ରୋଭର ପ୍ରଜ୍ଞାନକୁ ସୁରକ୍ଷିତ ଭାବେ ପାର୍କିଂ କରାଯାଇଛି ଏବଂ ଏହାକୁ ସ୍ଲିପ ମୋଡ଼ରେ ରଖାଯାଇଛି। ଏଥିରେ ଥିବା ଆଲଫା ପାର୍ଟିକିର୍ଲସ ଆଣ୍ଡ ଏକ୍ସ-ରେ (APXS) ଏବଂ ଲେଜର-ଇନ୍ଡ୍ୟୁସଡ଼ ବ୍ରେକଡାଉନ ସ୍ପେକଟ୍ରୋସ୍କୋପି (LIBS) ପେଲୋଡ଼କୁ ବନ୍ଦ କରିଦିଆଯାଇଛି। ଏହି ପେଲୋଡ଼ ଜରିଆରେ ଲ୍ୟାଣ୍ଡର ମଧ୍ୟ ଦେଇ ରୋଭର ପ୍ରଜ୍ଞାନ ସମସ୍ତ ତଥ୍ୟ ଇସ୍ରୋ କମାଣ୍ଡ କେନ୍ଦ୍ରକୁ ପଠାଉଥିଲା। ଏବେ ସେଥିରେ ଥିବା ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରାଯାଇଥିବା ବେଳେ ସୋଲାର ପ୍ୟାନେଲକୁ ସୂର୍ଯ୍ୟାଲୋକ ମୁହାଁ କରାଯାଇଛି। ଚଳିତ ମାସ ୨୨ରେ ପୁଣି ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିଲେ ଏହା ପୁଣି ତାହା ଗ୍ରହଣ କରି ବ୍ୟାଟେରୀ ଚାର୍ଜ କରାଇବା ସମ୍ଭାବନା ରହିଛି। ତେବେ ଇସ୍ରୋ ଏହାର ରିସିଭରକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିଛି। ପୁଣି ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିଲେ ରୋଭର ପ୍ରଜ୍ଞାନ ଯଥାରୀତି କାର୍ଯ୍ୟ କରିବା ନେଇ ଇସ୍ରୋ ଆଶାବାଦୀ ରହିଛି।

Breaking News