Report Card Odisha

| Daily Odia News

୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ,ଓଠ କାଟିଦେଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ‌ର ସୁଭ‌ାଷ ପ୍ଲେସ୍‌ ଅଞ୍ଚଳରେ ଅତି ବର୍ବର କାଣ୍ଡ ଘଟିଛି। ଜଣେ ୮୫ ବର୍ଷୀୟା ବୃଦ୍ଧା‌ ଦୁଷ୍କର୍ମର ଶିକାର ହୋଇଛନ୍ତି। ଶୁକ୍ରବାର ଭୋର୍‌ ସମୟରେ ବୃଦ୍ଧା ଜଣଙ୍କ ତାଙ୍କ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ବୃଦ୍ଧାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲା। ସେ ମଧ୍ୟ ବୃଦ୍ଧାଙ୍କୁ ଠେଲାପେଲା କରିବା ସହ ତାଙ୍କ ଓଠକୁ ବ୍ଲେଡ୍‌ରେ କାଟି ଦେଇଥିଲା। ମିଳିଥିବା ସୂଚନାନୁଯାୟୀ ବୃଦ୍ଧାଙ୍କ ଗୁପ୍ତାଙ୍ଗ ଏବଂ ମୁହଁରେ ଅତି ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ୨୮ ବର୍ଷୀୟ ଅଭିଯୁକ୍ତର ନାଁ ଆକାଶ। ଦିଲ୍ଲୀ ମହିଳା କମିସନ୍‌ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ବାତୀ ମଲିୱାଲ୍‌ ଏହି ମାମଲାରେ ଦିଲ୍ଲୀ ପୋଲିସ କୁ ପ୍ରଶ୍ନ କରିଛନ୍ତି। ଡିସିଡବ୍ଲ୍ୟୁ ମୁଖ୍ୟ ମଧ୍ୟ ଦିଲ୍ଲୀ ପୋଲିସକୁ ନୋଟିସ କରିଛନ୍ତି ଏବଂ ଏହି ମାମଲାରେ ପୋଲିସଠାରୁ ଏତଲାର କପି ମାଗିଛନ୍ତି।

Breaking News