ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଉତ୍ତର ରେଳବାଇ ପକ୍ଷରୁ ୪୦ଟି ମେଲ ଓ ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ପାଇଁ ଏହି ଟ୍ରେନ ଗୁଡିକର ଚଳାଚଳ ବନ୍ଦ ରହିବ। ଜି୨୦ ସମ୍ମିଳନୀ ଦୃଷ୍ଟିରୁ ସୁରକ୍ଷା ନିମତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତର ରେଳବାଇ ଟ୍ୱିଟ କରିଛି ଯେ ଦିଲ୍ଲୀକୁ ବହୁ ଦେଶର ତୁଙ୍ଗ ନେତା ଆସୁଥିବାରୁ ସେମାନଙ୍କ ସୁରକ୍ଷା ଲାଗି ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଠି ସହିତ ୬୪ଟି ଟ୍ରେନର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି।







More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..