Report Card Odisha

| Daily Odia News

ବୈଜ୍ଞାନିକଙ୍କୁ ପର୍ଫ୍ୟୁମ୍ ମନା…..

ରିପୋର୍ଟ କାର୍ଡ / ବେଙ୍ଗାଲୁରୁ

ବେଙ୍ଗାଲୁରୁରେ ଆଦିତ୍ୟ-ଏଲ୍‌୧ ସୌର ମିସନର ମୁଖ୍ୟ ପେଲୋଡ୍‌ ପାଇଁ କାମ କରୁଥିବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ)ର ବୈଜ୍ଞାନିକ ଓ ଇଂଜିନିୟରଙ୍କ ପାଇଁ ପର୍ଫ୍ୟୁମ୍ ଓ ସ୍ପ୍ରେ ବ୍ୟବହାର କରିବା ମନା। ଏହାର କାରଣ ହେଉଛି, ଆଦିତ୍ୟ-ଏଲ୍‌୧ର ମୁଖ୍ୟ ପେଲୋଡ୍‌ ଭିଜିବ୍‌ଲ ଏମିସନ ଲାଇନ୍ କରୋନାଗ୍ରାଫ୍ (ଭେଲ୍କ) ପାଇଁ କାମ କରୁଥିବା ଗବେଷକମାନଙ୍କୁ ଏକ ଛୋଟିଆ କଣିକା ପଦାର୍ଥ ବି ବାଧା ପ୍ରଦାନ କରିପାରେ। ବାସ୍ତବରେ ଏକ ଷ୍ଟେରାଇଲ (ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ) ପରିବେଶକୁ ସୁନିଶ୍ଚିତ କରିବା ପାଇଁ ବୈଜ୍ଞାନିକ ଓ ଇଂଜିନିୟରମାନେ ଏକ ଏପରି ସ୍ବଚ୍ଛ ପ୍ରକୋଷ୍ଠରେ କାମ କରୁଛନ୍ତି, ଯାହା ହସ୍ପିଟାଲ ଆଇସିୟୁଠାରୁ ୧୦୦ ଗୁଣ ପରିଷ୍କାର। ଟିମ୍‌ର ସମସ୍ତ ସଦସ୍ୟ ଅତି ସ୍ବଚ୍ଛ ସଂକ୍ରମଣରହିତ ପୋଷାକ ମଧ୍ୟ ପରିଧାନ କରିଥାନ୍ତି ବୋଲି ଭେଲ୍‌କ ବୈଷୟିକ ଟିମ୍‌ର ମୁଖ୍ୟ ନାଗଭୂଷଣ ଏସ୍ କହିଛନ୍ତି। କୌଣସି ବାହ୍ୟ କଣିକା ଯେପରି ବୈଜ୍ଞାନିକମାନଙ୍କୁ ବାଧା ପ୍ରଦାନ କରି ନ ପାରେ ସେଥିପାଇଁ ସେମାନେ ହେପା (ହାଇ-ଏଫିସିଏନ୍ସି ପାର୍ଟିକୁଲେଟ୍ ଏୟାର) ଫିଲ୍‌ଟର, ଆଇସୋପ୍ରୋପାଇଲ ଆଲ୍‌କୋହଲ (୯୯ ପ୍ରତିଶତ ଘନୀକୃତ) ବ୍ୟବହାର ସହ କଡ଼ାକଡ଼ି ପ୍ରୋଟୋକଲ ପାଳନ କରନ୍ତି। ଏକ ସାମାନ୍ୟ ବାହ୍ୟ କଣିକା ବି ଅନେକ ଦିନର କାମକୁ ନଷ୍ଟ କରିଦେଇ ପାରେ ବୋଲି ନାଗଭୂଷଣ କହିଛନ୍ତି।

 

Breaking News