ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ପୋଲିସକୁ ମିଳିଛି ଏକ ବଡ ସଫଳତା। ପୋଲିସ କବଜାରେ ୪ ଆନ୍ତଃଜିଲ୍ଲା ଛିନତାଇ ଗ୍ୟାଙ୍ଗ ଧରାପଡିଛନ୍ତି। ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନୟାଗଡର। ଏନେଇ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ପାଖାପାଖି ୪୦୦ ଗ୍ରାମର ୩୦ଟି ସୁନା ଚେନ୍,୩ଟି ବାଇକ୍ ଜବତ କରାଯାଇଛି। ସଙ୍ଗଠିତ ଗ୍ୟାଙ୍ଗ କରି ଏମାନେ ଲୁଟପାତ କରୁଥିଲେ। ଏଜେଣ୍ଟ ଭାବେ ଏମାନେ ଅପରାଧୀ ରଖୁଥିଲେ। କଳାପୋଷାକରେ ସ୍ପିଡ୍ ବାଇକରେ ଯାଇ ଆଖି ପିଛୁଳାକେ ଚେନ୍ ଝାମ୍ପି ଫେରାର ହୋଇ ଯାଉଥିଲେ। ସୁନା ଋଣ ଶାଖାରେ ସୁନା ବନ୍ଧା ପକାଇ ଅର୍ଥ ଆଣୁଥିଲେ। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏମାନେ ଛିନତାଇ କରିଛନ୍ତି। ଏହାସହ କଟକ, ଭୁବନେଶ୍ୱର , ନୟାଗଡ ଓ ଖୋର୍ଦ୍ଧାରେ ମଧ୍ୟ ଲୁଟପାତ କରିଥିବା ସୂଚନା ମିଳିଛି |






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..