ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ଦଳରୁ ଜଣେ ନେତାଙ୍କୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଂଗଠନ ସମ୍ପାଦକ ପ୍ରଶାନ୍ତ ଚମ୍ପତିଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ଏକ ବିଜ୍ଞପ୍ତି ଜାରି କରି ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ଦଳ ବିରୋଧୀ କାରଣରୁ ପ୍ରଶାନ୍ତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଚଳିତ ମାସ ପହିଲାରେ ଦିଗପହଣ୍ଡି ଅଞ୍ଚଳର ଜଣେ ନେତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..