ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ପଡିଛନ୍ତି ଅବକାରୀ ବିଭାଗର ଏଏସଆଇ ସୁଦୀପ୍ତ ଦାଶ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ରେଡ଼ କରୁଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଅବକାରୀ ଏଏସଆଇ ଭାବେ କାର୍ଯ୍ୟରତ ଥିବା ସୁଦୀପ୍ତ ଦାଶଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରହିଛି | ଏହି ଚଢ଼ାଉ ଟିମରେ ୪ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି | ସୁଦୀପ୍ତଙ୍କ ନୟାଗଡରେ ଥିବା ନିଜ ଘର, ଭଡା ଘର, ବାଲୁଗାଁରେ ଥିବା ଭଡା ଘର ସହ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ରେଡ଼ ଚାଲିଛି |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……