ରିପୋର୍ଟ କାର୍ଡ / ପୁରୀ
ଗତକାଲି ଜନ୍ମାଷ୍ଟମୀ ଉତ୍ସବ ଥିବା ବେଳେ ଆଜି ନନ୍ଦତ୍ସବ | ଆଜି ଶ୍ରୀମନ୍ଦିରରେ ମଧ୍ୟ ନନ୍ଦତ୍ସବ ନୀତି ପାଳିତ ହେବ। ସନ୍ଧ୍ୟାଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ସେହିପରି ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓହ୍ଲାଇ ଆଣି ଖଟ ଉପରେ ବିଜେ କରାଇବେ। ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……