Report Card Odisha

| Daily Odia News

ଏକାଧିକ ଗାଁ ଦଖଲ କଲା ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ଖାୟବର ପାଖତୁନଖ୍ୱାର ଚିତ୍ରାଲ ଜିଲ୍ଲାର ଏକାଧିକ ଗାଁ ଉପରେ ହମଲା କରିଛି ତେହେରିକ ଇ ତାଲିବାନ ପାକିସ୍ତାନ । ଏହି ଆତଙ୍କୀ ସଂଗଠନ ପାକିସ୍ତାନ ତାଲିବାନ ନାଁରେ ମଧ୍ୟ ପରିଚିତ। ବୁଧବାର ସଂଗଠନ ପକ୍ଷରୁ ହମଲା କରାଯାଇ ସେଠାରେ ମୁତୟନ ହୋଇଥିବା ପାକସ୍ତାନ ସୈନ୍ୟମାନଙ୍କୁ ହତ୍ୟା କରାଯାଇଛି। ଏଥିସହ ଜିଲ୍ଲାର ଏକାଧିକ ଗାଁକୁ ନିଜ ନିୟନ୍ତ୍ରଣକୁ ମଧ୍ୟ ନେଇଛି। ଟିଟିପି ତରଫରୁ ଏକାଧିକ ଗ୍ରାମକୁ ଅକ୍ତିଆର କରାଯାଇଥିବା ଏହାର କମାଣ୍ଡର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଟିଟିପି ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ତୋରଖାମ୍‌ ସୀମାକୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। ଟିଟିପି ମୁଖପାତ୍ରଙ୍କ ତରଫରୁ ସାମାଜିକ ଗଣମାଧ୍ୟମରେ ଜାରି ଭିଡିଓ ଅନୁଯାୟୀ ସେମାନଙ୍କ ସଂଗଠନ ଗ୍ରାମବାସୀଙ୍କର କୌଣସ କ୍ଷତି କରିବାକୁ ଚାହାନ୍ତି ନାହିଁ। ପାକିସ୍ତାନ ସେନାକୁ ବିତାଡ଼ିତ କରିବା ସେମାନଙ୍କ ଲକ୍ଷ୍ୟ। ଗତ ନଭେମ୍ବରରୁ ପାକିସ୍ତାନ ସେନା ଉପରେ ଟିଟିପି ତରଫରୁ ବାରମ୍ବାର ଆକ୍ରମଣ ଜାରି ରହିଛି। ଟିଟିପିର ଅଲ୍‌-କାଇଦା ସଂଗଠନ ସହ ଘନିଷ୍ଠତା ରହିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୨ରେ ଟିଟିପି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପାକିସ୍ତାନ ସେନା ମେଜର ଓ ଯବାନ ପ୍ରାଣ ହରାଇଥିଲେ। ଏହାର ଦୁଇଦିନ ପରେ ଟିଟିପି ତରଫରୁ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୯ ପାକିସ୍ତାନ ସେନା ଯବାନଙ୍କ ଜୀବନ ଯାଇଥିଲା। ପାକିସ୍ତାନ ଓ ଆଫଗାନିସ୍ତାନ ସଂଘର୍ଷ ନୂଆ ନୁହେଁ। ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ହେବାଠାରୁ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସଘର୍ଷ ଜାରି ରହିଛି। ତାଲିବାନ ନିଜର ଆତ୍ମଘାତୀ ବାହିନୀକୁ ସୀମାରେ ସଜାଗ ରଖିଛି। ଆଫଗାନିସ୍ତାନରେ ପୂର୍ବରୁ ଅସ୍ଥିରତା ଦେଖାଦେଇଥିବା ବେଳେ ପାକିସ୍ତାନ ଏହାରି ସୁଯୋଗରେ ବହୁ ସୀମାନ୍ତ ଅଞ୍ଚଳକୁ ଦଖଲକୁ ନେଇଥିଲା। ଏବେ ତାଲିବାନ ଏପରି ଗାଁଗୁଡ଼ିକୁ ଛଠାଇ ନେବାକୁ ଯୋଜନା ଚଳାଇଛି। ଆଫଗାନିସ୍ତାନର ଆତ୍ମଘାତୀ ବାହିନୀ ସମ୍ମୁଖରେ ପାକିସ୍ତାନ ସେନା ମୁଣ୍ଡ ନୁଆଇଁ ପଡ଼ିଛି। ଏକାଧିକ ସମୟରେ ହେଉଥିବା ସଂଘର୍ଷରେ ପାକିସ୍ତାନର ବରିଷ୍ଠ ସେନାଧିକାରୀଙ୍କ ମୃତ୍ୟୁ ଘଟୁଥିଲେ ହେଁ ସେ ଦେଶର ସେନା ଏହାକୁ ଗ୍ରହଣ କରୁ ନାହିଁ।

Breaking News