ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ପାଟଣା ପୋଲିସ ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଜଣଙ୍କ ହେଉଛନ୍ତି ଭଦ୍ରକ ବନ୍ତ ଥାନା ସର ମରା ଗ୍ରାମର ବିଶ୍ୱନାଥ ଜେନା। ଅଭିଯୋଗ ଅନୁଯାୟୀ, ଉକ୍ତ ମହିଳା ଭଦ୍ରକ ଜିଲ୍ଲାର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ସକାଶେ ଭର୍ତ୍ତି ହୋଇଥିଲେ। ବିଶ୍ୱନାଥ ମହିଳାଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାର ସାହାଯ୍ୟ କରିବା ଆଳରେ ନିକଟତର ହୋଇଥିଲେ। ମହିଳା ଅସ୍ତ୍ରୋପଚାର ସମୟରେ ଅଚେତ ଥିବା ବେଳେ ଉକ୍ତ ଯୁବକ ତାଙ୍କର କେତେକ ଆପତ୍ତିଜନକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହାପରେ ମହିଳାଙ୍କୁ ବ୍ଲାକ୍ ମେଲିଂ କରି ୨/୩ ଥର ତାଙ୍କ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ଉଭୟଙ୍କ ଅନ୍ତରଙ୍ଗ ସମୟର ଆପତ୍ତିଜନକ ଭିଡ଼ିଓ ଓ ଫଟୋ ଚତୁରତା ସହ ଯୁବକ ଉତ୍ତୋଳନ କରିଥିଲେ। ମହିଳା ସୁସ୍ଥ ହୋଇ ଘରକୁ ଆସିବା ପରେ ମଧ୍ୟ ମହିଳାଙ୍କୁ ଉକ୍ତ ଯୁବକ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ଲାକ ମେଲିଂ କରିଥିଲେ। ମହିଳା ଜଣକ ଏହା ପରେ ଆତ୍ମ ହତ୍ୟା କରିବା ଭଳି ଚରମ ପଦକ୍ଷପ ଗ୍ରହଣ କରିବାବେଳେ ପରିବାର ଲୋକେ ଉଦ୍ଧାର କରିଥିଲେ। ମହିଳା ଜଣକ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପାଟଣା ପୋଲିସ ଅଭିଯୋଗ ଆଧାରରେ ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..