Report Card Odisha

| Daily Odia News

ଜବରଦଖଲ ନେଇ ମାନିଲେ ରାଜ୍ୟ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗକୁ ସତ ବୋଲି ସ୍ୱୀକାର କରିଛନ୍ତି ରାଜ୍ୟ ସରକାର | ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଏନେଇ ସ୍ପଷ୍ଟ ହୋଇଛି | ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଗତ ଦୁଇ ବର୍ଷ ଧରି କେନାଲ ଜବରଦଖଲ ହୋଇଥିଲେ ବି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ, ସେନେଇ ଜବାବ ରଖିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ବାସ୍ତବରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ବର୍ଷ ବର୍ଷ ଧରି ପାଣି ଆସିପାରୁନଥିଲା। ଏହି ପ୍ରକଳ୍ପର କେନାଲ ଚାରିପାଖେ ବାଡ଼କରି କେନାଲକୁ ପୋତି ଦିଆଯାଇଥିଲା। ବାରମ୍ବାର ଅଭିଯୋଗ ପରେ ଦୁଇଦିନ ପୂର୍ବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ‌ଏହି କେନାଲ୍‌କୁ ନିଜେ ଖୋଳିଥିଲେ । ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମର ଶହଶହ ଚାଷୀ ଏହା ଫଳରେ ଉପକୃତ ହେବେ ବୋଲି ସେ କହିଥିଲେ । ସାଂସଦଙ୍କ ଅଭିଯୋଗ ମୁତାବକ, ଏହି ଅଞ୍ଚଳରେ ୧୫୦ ଏକର ଚାଷ ଜମି କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଛନ୍ତି। ଏହି ଜମି ଦେଇ କେନାଲ୍‌ ଯାଇଛି। ଯାହା ଫଳରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଦୁଇ ବର୍ଷ ହେଲା ଚାଷ ଜମି ଜଳସେଚିତ ହୋଇ ପାରୁ ନାହିଁ। ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପାଣି ଆସିପାରୁନଥିବାରୁ ଚାଷ ହୋଇ ପାରୁନାହିଁ। ଏଭଳି ଅଭିଯୋଗ ଆସିବା ପରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ।

Breaking News