Report Card Odisha

| Daily Odia News

ଦଳ ଛାଡ଼ନ୍ତୁ ସୌମ୍ୟ ବାବୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ରାଜ୍ୟ ରାଜନୀତି ଜୋରଧରିଛି | ସଚିବଙ୍କ ଗସ୍ତ କୁ ନେଇ ବିରୋଧୀ ବିରୋଧ କରୁଥିବାବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟାନାୟକ ଟାର୍ଗେଟ କରୁଛନ୍ତି | ଏହାକୁ ନେଇ ଦୁଇଦିନ ହେବ ଅରୁଣ-ଅତୁନ ସୌମ୍ୟଙ୍କୁ ସମାଲୋଚନ କରିଥିଲେ | ଆଜି ପୁଣି ସୌମ୍ୟ କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । କହିଛନ୍ତି ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ତା ପାରିବେ ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ଆପଣ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି । ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ। ଦଳ ଛାଡ଼ନ୍ତୁ ବୋଲି କହିଛନ୍ତି ପ୍ରତାପ । ସୌମ୍ୟ ବାବୁ ଜଣେ ଶିକ୍ଷିତ ଜ୍ଞାନୀ ଗୁଣି ଲୋକ ତାଙ୍କୁ ଉପଦେଶ ଦେବା ମୋର ଆବଶ୍ୟକତା ନାହିଁ । କିନ୍ତୁ ସୌମ୍ୟ ବାବୁ ଜାଣିବା ଦରକାର ସେ ବିଜେଡିରେ ଅଛନ୍ତି । ଯେଉଁ ପ୍ରସଙ୍ଗରେ ସେ ତାଙ୍କ ଖବର କାଗଜରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ । ଯେଉଁ ୫ଟି ସଚିବଙ୍କ ଗସ୍ତ ନେଇ ସମାଲୋଚନା କରାଯାଉଛି, ମୁଖ୍ୟମନ୍ତ୍ରୀ ତାଙ୍କୁ ପଠେଇଛନ୍ତି । ଏ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ବାରମ୍ବାର ସମାଲୋଚନା କରିବା ହେଉଛି ସୌମ୍ୟବାବୁଙ୍କ ବ୍ଲାକ ମେଲିଂ ଟାକ୍ଟିସ ।

Breaking News